ଭାଗ ୨
ସନ୍ଧ୍ୟା ବାହାରକୁ ଆସି ନିଜର ସ୍ମାର୍ଟ ଫୋନ କୁ ବାହାର କରି କିଛି ସମୟ ଚିପିବାକୁ ଲାଗିଲା ।
ତା ପରେ ସେ ମୋବାଇଲ କୁ କାନ ରେ ଲଗାଇଦେଇ କିଛି ସମୟ ଖୁସିର ସହ ଅପେକ୍ଷା କରିଲା ।
କିଛି ରୀଂ ଗଲା ପରେ ସେପଟରୁ ଜଣେ ଲୋକର ଶବ୍ଦ ଶୁଭିଲା ।
***** - ହଁ ମା କହ !
ସନ୍ଧ୍ୟା - ସମୟ ବାପାଙ୍କୁ ହୋଷ ଆସିଗଲାଣି ।
ସମୟ - କଣ କହୁଛୁ ମା !! !
ସତରେ ।
ହେ ପ୍ରଭୁ ତୋର କୋଟି କୋଟି ଆଶିଷ !!!!
ମାଆ ମୁ ଏବେ ଯାଇ ପହଞ୍ଚୁଚି ।
ସନ୍ଧ୍ୟା ତାକୁ ଆଉ କିଛି କହିବା ପୂର୍ବ ରୁ ତିଂ ହେଇ କଲ କଟିଗଲା ।
ମୁସ୍କିଲ ରେ ୩୦ମିନିଟ ହୋଇଥିବ କି ନାହିଁ ହସ୍ପିଟାଲ ସାମ୍ନା ରେ ଗୋଟେ ଅଡି କ୩ ଆସି ପହଞ୍ଚି ଗଲା ।
ସେଥିରୁ ଗୋଟେ ହଟା କଟା ନବ ଯୌବନ ର ଭରପୁର ପିଲାଟେ ବୟସ ପାଖାପାଖି ୧୮ ହେବ ଲାଗୁଥିଲା ଯେମିତି ୨୪- ୨୫ ବର୍ଷ ହେଇଥିବ ।
ସେ ପିଲା ଟି ସିଧା ଦୌଡ଼ି ଆସି ସନ୍ଧ୍ୟା ପାଖରେ ପହଁଚିଗଲା ।
ସନ୍ଧ୍ୟା - ତୁ ଆସିଗଲୁ ସମୟ !!!
ସମୟ - ହଁ ମାଆ । ବାପା ଏବେ କେମିତି ଅଛନ୍ତି ?
ଡକ୍ଟର କଣ କହିଲେ ???
ମୁଁ ତାଙ୍କୁ ଦେଖିପାରିବି କି ନାହିଁ ???
ଆଉ କେତେ ଦିନ ପରେ ମୁଟ ଦେଖା କରିପାରିବି ???
ସମୟ ର ପ୍ରଶ୍ନ ର ପେତି ରୁ ପ୍ରଶ୍ନ ସରିବାର ନା ହି ନେଉନଥିଲା ।
ସନ୍ଧ୍ୟା - ଆରେ ବାପା ଟିକେ ନିଃଶ୍ୱାସ ଭଲସେ ନେ ତା ପରେ ଗୋଟେ ଗୋଟେ ପ୍ରଶ୍ନ କରିବୁ ।
ଆସିଲୁ କି ନାହିଁ ପ୍ରଶ୍ନ ର ରେଳ ଲେଗେଇଦେଲୁଣି
ସମୟ - ବାପାଙ୍କ ହୋଶ ଆସିବା ଖୁସିରେ ମୁଁ ଆଉ ରହିପରିଲିନି ସେଥିପାଇଁ ଏତେ ସବୁ ପ୍ରଶ୍ନ ପଚାରି ଚାଲିଛି
ସନ୍ଧ୍ୟା - ହେଲା ବାବା ଛାଡ଼
ସମୟ - ମା ମୁ ଯାଉଛି ବାପାଙ୍କୁ ଦେଖା କରି ଆସିବି
ସନ୍ଧ୍ୟା - ଟିକେ ରହିଯା ।
ସମୟ ମା ର ଏମିତି କଥା ଶୁଣି ମନ ଦୁଃଖ କରିଲା
ସମୟ - କଣ ହେଲା ମାଆ ?
ବାପାଙ୍କର ଏତେ ଦିନ ପରେ ହୋଶ ଆସିଛି ଅଥଚ ମୁ ତାଙ୍କୁ ଦେଖା କରି ପାରିବି ନାହିଁ ???
ସନ୍ଧ୍ୟା ସମୟ ର ଏମିତି ଯାତ୍ରା ଡାଇଲୋଗ ଶୁଣି ହସିଦେଲା
ସନ୍ଧ୍ୟା - ଆରେ ବଦମାସ୍ ବାପାଙ୍କର ଏବେ ଡ୍ରେସିଂ ହଉଛି ।
ଡ୍ରେସିଂ ସରିଲା ପରେ ଯିବୁ ଦେଖା କରିବ ପାଇଁ ।
ଠିକ୍ ସେତିକି ବେଳେ ନର୍ସ ଏକୁଇପମେଣ୍ଟ ଟ୍ରଲୀ ଧରି ବାହାରକୁ ଆସିଲା ।
ସମୟ - ସିଷ୍ଟର ଏବେ ମୁଁ ବାପାଙ୍କୁ ଦେଖା କରିବା ନା ???
ପ୍ରଶ୍ନ ଭରା ଚେହେରା ବନେଇ ସେ ନର୍ସ କୁ ପଚାରିଲା !!!
ନର୍ସ - ଦେଖନ୍ତୁ ,ତାଙ୍କର ହୋଶ ଆସିଛି ସତ ହେଲେ ସେ ଏଯାଏ ସମ୍ପୂର୍ଣ ଠିକ୍ ହେଇ ନାହାନ୍ତି । ତେଣୁ ତାଙ୍କୁ ଟିକେ ରେଷ୍ଟ୍ ଦରକାର ।
ଡକ୍ଟର କହିଛନ୍ତି ଖାଲି ଭିଯିଟିଂ ଆଉଆର ରେ ପେସେଣ୍ଟ କୁ ଦେଖା କରିହେବ ।
ସମୟ - ହେଲେ ସିଷ୍ଟର । ଆମେ ତ ତାଙ୍କ ଫାମିଲି ଲୋକ ।
ନର୍ସ - ମୁ ଏତେ କଥା ଜାଣିନି ।
ମତେ ଡକ୍ଟର ଯାହା ଇନ୍ସ୍ତିକ୍ଟ କରିଲେ ମୁ ତାହା କହିଲି ।
ବାକି ଯଦି କିଛି କହିବାର ଅଛି ତାହେଲେ ଡକ୍ଟର ଙ୍କ ସହ କଥା ହୁଅନ୍ତୁ ।
ସମୟ - ଡକ୍ଟର କୋଉଠି ଅଛନ୍ତି ?
ସମୟ ଟିକେ କର୍କଶ ସ୍ୱର୍ ରେ ନର୍ସ କୁ ପଚାରିଲା ।
ନର୍ସ ସମୟ ର କଥା ରେ ଟିକେ ଡରିଗଲା ।
ନର୍ସ - ସ ...ଶ ...ସ ...ସେ ୩ନ କେବିନ୍ ରେ ଅଛନ୍ତି ।
ସମୟ ଚାଲିଗଲା ଡକ୍ଟର କେବିନ୍ ଆଡ଼କୁ ।
ସନ୍ଧ୍ୟା ସମୟ ର ଉଗ୍ର ରୂପ ଦେଖି ତା ପଛରେ ଦୌଡ଼ି ଗଲା ତାକୁ ଅଟକାଇବାକୁ ।।